Posts

Showing posts from 2018

ମଜାକ୍ - Witticism

Image
କେତେ ସହଜରେ କହିହୁଏ ମୁଁ ଯାହା କହିଲି, ସବୁ ମଜାକ୍ ଥିଲା ଖୁବ୍ ଛୋଟ ସ୍ମିତହାସ୍ୟର ଆଢ଼ୁଆଳେ ହେଲେ ଗୁଡ୍ ନାଇଟ୍ କହି ଫୋନ୍ କାଟିଲା ପରେ ମୁଁ ଶୋଇ ପାରେନି, କରି ଶତଚେଷ୍ଟା ତୁ କହିଥିବା ପ୍ରତ୍ୟେକଟି ଶବ୍ଦ କଳଙ୍କଠୁ ଅଧିକ ଭାରି ଲାଗନ୍ତି ମୋ ନିଃଶ୍ବାସର ଗତିରେ ଆସେ ଶିଥୀଳତା ଯେମିତି ଅଟକି ଯିବେ ମୃତ୍ୟୁର ପ୍ଲାଟଫର୍ମରେ ଲୁଚି ଲୁଚି, ମୋତେ ନଜଣାଇ ଘଣ୍ଟା-ଘଣ୍ଟା ପଡି ରୁହେ ବେଡ଼ରେ ଶବପ୍ରାୟେ ଛାତରେ ଝୁଲୁଝିବା ପଂଖାକୁ ଅନାଇ କେତେ ସହଜରେ..... ଆଶ୍ଚର୍ଯ୍ୟ ! ତୁ କେମିତି ଶୋଇଯାଉ ଆଚିନ୍ତା ନିଦରେ, ସକାଳ 9.30 କ୍ଲାସର ବାହାନା ଦେଇ, ଏକ ଶକ୍ତ ଧକ୍କାରେ ଠେଲିଦେଉ ମୋତେ; ତୋ ଚିନ୍ତା, ଚେତନା ଏବଂ ସ୍ୱପ୍ନର ପରିସୀମା ବାହାରକୁ ତୋ-ମୋ ଭିତରେ ଦୂରତା କେବଳ ୧୫୧୭ କି.ମି. ହେଲେ, ତୋ ଶବ୍ଦ ମାନେ ଫିଙ୍ଗି ଦେଇ ଆସନ୍ତି ତୋଠୁ ଅସଂଖ୍ୟ ଆଲୋକ-ବର୍ଷ ଦୂରରେ ଯେଉଁଠି କେବଳ ପୂରି ରହିଥାଏ ଶୂନ୍ୟସ୍ଥାନ ମୁଁ ମୋ ଅସ୍ଥିତ୍ୱ ହରାଇ ଘୂରିବୁଲେ ଯେମିତି ଘୂରିବୁଲନ୍ତି ଉତପ୍ତ ନକ୍ଷତ୍ର ଉଲ୍କା ହୋଇ ଝରି ପଡିବା ଅପେକ୍ଷାରେ କେତେ ସହଜରେ ...... ସକାଳୁ ଲୁହଭିଜା ଆଖିରେ ହାଲକା ଜମାଟ ବାନ୍ଧିଥିବା ନିଦ, ଭାଙ୍ଗେ ତୋ ଗୁଡ୍-ମର୍ଣିଂଗ୍ ଫୋନ୍ କଲ୍ ଢାଳୁୁ ଅଯାଚିତ ଭଲପାଇବା ଦରକାରଠୁ ଅଧିକ ମଧୁଭିଜା ଚୁମ୍ବନ ବର୍ଷା ଡାୟାବେଟିସ୍ ରେ ଆକ୍ରାନ୍ତ ହେଲାଭଲି ମିଶ୍ରି ପରି ସ୍ନେହଭରା କଥା ତୋ ଟୋନ୍ ରେ ଥାଏ, ସମ୍ମୋହନ କଲାପରି ଏକ...
Image
ପ୍ରତୀକ୍ଷା - Waiting                                        ମୋର ସଵୁ ପ୍ରତୀକ୍ଷା କଣ ତୁମଠି ସରେ?  ଆଵେଗ, ଭାଵନା, ଆକାଂକ୍ଷା ଓ ନିଃଶ୍ୱାସ ସଭିଏଁ ଉନ୍ମାଦିତ! ସଭିଏଁ ଆତଙ୍କିତ!  ମୁଁ ତୁମକୁ ଛୁଇଁଵା ପାଇଁ କେତେ ଆତ୍ମହରା ତୁମଠି ଧରାପଡି ଯିବାର ଭୟରେ । ଏ କି ଅଦ୍ଭୁତ ଶିହରଣ ପାପବୋଧର ଥରାଇ ଦିଏ ମୋ ସର୍ବାଙ୍ଗ ଶରୀର ଜିଇଁବାକୁ ଇଛା ହୁଏ ବାରମ୍ବାର ତୁମକୁ ପ୍ରତୀକ୍ଷା କରିବାର ମୁହୂର୍ତ୍ତ ମାନ ସତେ ଅଵା! ମାଦକତା ଅଛି ତୁମ ପ୍ରତୀକ୍ଷାରେ ତୁମ ସହ ଦେଖା ହେଲେ ଚାହିଁ ପାରେନି  ତୁମ ଆଖି କୁ ସିଧାସଳଖ ମୁଁ ଜାଣେ, ତୁମେ ଜାଣିଯିବ କ୍ଷଣକ ମଧ୍ୟରେ ମୋ ସଯତ୍ନ ମୁଦ୍ରିତ କୁଆଁରୀ ମନରେ କେବେଠୁ ଜନ୍ମ ନେଇ ସାରିଥିବା  ଲଜ୍ଜାଋଣ କାମନାର ବିଶାଳ ଦୃମ ଖେଳି ଯିବ ଏକ ବକ୍ର ହସ ତୁମ ଅଧରେ ହାୟେ! ଝାଉଁଳି ଯିବି ତୁମ ସେ ହସରେ ମରିଯିବି ମୁଁ କୁଆଁରୀ ଲାଜରେ ମୋର ସଵୁ ପ୍ରତୀକ୍ଷା କଣ ତୁମଠି ସରେ?  ତୁମେ ଖୁବ୍ କମ୍ କଥା କୁହ ତେଣୁ ତୁମର ପ୍ରତିଟି ଶବ୍ଦ ପ୍ରତିଧ୍ୱନିତ ହୁଅନ୍ତି  ସୃଜନ ହୁଏ ମୃଦୁ କମ୍ପନ ମୋ ଚେତନାରେ କେତେବେଳେ କୋଳାହଳ ପୂର୍ଣ୍ଣ ତ, କେତେବେଳେ ଖୁବ୍ ଅର୍ଥବୋଧ ମନେ ହୁଅନ୍ତି ହେଲେ ମୁଁ ତ, ଅଲରୀ ବଲରୀ ଅନର୍ଗଳ ପାଗଳ...
|| ସକାଳ ଵର୍ଷା ||  - The Morning Rain ଆଜି ସକାଳ ଵର୍ଷା ଧୋଇଛି  ଆମ ସଂପର୍କର ଧଳା ସାର୍ଟରୁ ଅଵିଶ୍ଵାସର ନୀଳ ଛିଟା କାଲି ରାତିରୁ ଉଠୁଥିଵା ଅଵସମ୍ଭାବି ଝଡ  ଏଵେ ଶାନ୍ତ, ନାହିଁ ତା ରକ୍ତରେ ଆଉ ଉତ୍ତେଜନା ଦେଖୁନ, ଆକାଶଟା ଭାରି ନିର୍ମଳ ନାହିଁ ତାର ପୃଥିବୀ ସହ ମିଶିଵାର ଅବଶୋଷ ବୋଧେ ସେ ଜାଣି ଯାଇଛି  ପ୍ରତି ଵର୍ଷା ଵିନ୍ଦୁ ମାଟିକୁ ଚୁମିଲା ଵେଳେ ସେ ଛୁଏଁ ମାଟିକୁ ସନ୍ତର୍ପଣରେ,  ଜଳି ଯାଏ କାମନାର ଶୀତଳ ସ୍ପର୍ଶରେ ଏତେ ପାଖରେ, ଏତେ ନିକଟରେ ପାଏ ପୃଥିବୀକୁ, ହଁ ତାର ଅବୁଝା ପ୍ରେମିକା - - -(1) ଵର୍ଷା ଛିଟାରେ ସବୁ ଓଦା ଓଦା ମନରେ ସାଇତା ତୁମ ସ୍ମୃତି ବି ଆଦ୍ର ମୋ ଦେହକୁ ଜାଳିଦେଇ ଯାଉଥିବା ଆଦ୍ର ଶୀତଳ ପବନରେ ଅନୁଭବ କରିପାରେ ତୁମ ଦେହର ଉଷୁମ ଛୁଆଁ ମନେ ଅଛି ତୁମର! କେତେ ବର୍ଷା ରାତି କାଟିଛେ,  ଆମେ ଦୁହେଁ ମୋ ରୁମରେ ସେକିଛେ ଦେହ, ଜାଳି ପଵିତ୍ର କାମନା ନିଆଁ ଲିଭିନି ତୁମେ ଦେଇଥିବା ମିଠା ଦାଗ ମାନ ଦୁହେଁ ଦୁହିଁଙ୍କ ଦୋଷୀ,  ହେଲେ କାରାଵାସ କାହିଁକି ମୋ ଭାଗରେ?  ମୁକୁଳିଗଲ ତୁମେ, ଏତେ ସହଜରେ  ପ୍ରଣୟ-ପ୍ରତାରଣା, ବିଶ୍ୱାସ-ଅଵିଶ୍ଵାସ ର ଦିଲୀଲ୍ ଦେଇ ବନିଗଲ ନିରୀହ, ସାଜିଗଲି ମୁଁ ବେଇମାନ୍, ନିଷ୍ଠୁର - - -(2)  ତୁମେ ନିଶ୍ଚୟ, ଠିଆ ହୋଇଥିବ ବାଲକୋନୀରେ ଭିଜିଥିବ କାଳବୈଶାଖୀ ବର୍ଷାରେ  ବାହାରକୁ ହାତ ବଢ଼େଇ ଆଞ୍ଜୁଳୀରେ ଭରିଥ...
|| ଛାଇ ||: Shadow  ଦେଖୁଛି ମୁଁ କାନ୍ଥରେ                       ଛାଇ ନାଚିଵାର ଆଜି କିଆଁ ଏତେ                     କୋଳାହୋଳ ଭରା ଘର? ବହୁଦିନ ପରେ କିଏ         ନାଚୁଛି ଓଡିଶୀ ବସନ୍ତର ଛୁଆଁ ମନେ        ପୁଲକ ଭରୁଛି ଧୁଡୁଧୁଡୁ ଚମତଳେ          ଉତ୍ତାପ ଯେ କିଆଁ? ପଳାଶ ରଙ୍ଗରେ              ଝଟକେ ଦୁନିଆଁ ହୁଇଲ୍ ଚେୟାର୍ ରୁ ଉଠି ମୁହିଁ                      ଘୁଙ୍ଗୁର ଵାନ୍ଧିବି ପଳାଶ ତୋଳି ଆଣିଣ                        ଆଞ୍ଜୁଳି ଭରିଵି ଵୟସକୁ ଫାଙ୍କିଦେଵ                       ପ୍ରବଳ ଇଛାଶକ୍ତି ମୋର ଦେଖୁଛି ମୁଁ କାନ୍ଥରେ                       ଛାଇ ନାଚିଵାର ●●●● 
ଅଭିମାନ (Sulk) ତୁମର ସଵୁ ଅଭିମାନ                       ସୁଦୁ ପିଲାଳିଆମୀ ବାପ୍ ରେ! ରାଗିଯାଅ                        ଛୋଟଛୋଟ କଥାରେ ବସିଯାଅ ମୁହଁ ଫୁଲାଇ                         ମିରର୍ ସାମ୍ନାରେ ମିଛ ରାଗ ତଳେ ଲୁଚିଯାଏ ତୁମ ମିଠା ହସ ଗୋଟିଗୋଟି କରି ଗଣିବସ ମୋର ଦୋଷ ହେଲେ ଜାଣେ, ତୁମେ ଭଲପାଅ                        ମୋତେ ଓ ମୋ ଦୁଷ୍ଟାମୀ ତୁମର ସବୁ ଅଭିମାନ                        ସୁଦୁ........ 
##### ମୋ ଡାଏରୀରୁ ପଦେ ##### ରାତି ସାରା କଡଲେଉଟାଇ                        ସକାଳୁ ଦେହ-ହାତ ଦରଜ ତାଜା ଅଛି ହୃଦୟର କ୍ଷତ        ଭରିନି ଏଵେ ସ୍ମୃତିରେ ସ୍ପଷ୍ଟ ତୁମେ              ଲିଭିନ ଏଵେ ମୁଁ, ମୋ ସମୟ ଅଟକିଛୁ        ବଢ଼ିନୁ ପାଦେ ଆସୁନି ଆଉ ମୋ ତକିଆରୁ                          ତୁମ ଭିଜା କେଶର ମହକ ଯେ ଶୋଇ ପଡିଥାନ୍ତି ନିଘୋଡ ନିଦେ