Get link Facebook X Pinterest Email Other Apps March 01, 2018 ଅଭିମାନ (Sulk) ତୁମର ସଵୁ ଅଭିମାନ ସୁଦୁ ପିଲାଳିଆମୀବାପ୍ ରେ! ରାଗିଯାଅ ଛୋଟଛୋଟ କଥାରେବସିଯାଅ ମୁହଁ ଫୁଲାଇ ମିରର୍ ସାମ୍ନାରେମିଛ ରାଗ ତଳେ ଲୁଚିଯାଏ ତୁମ ମିଠା ହସଗୋଟିଗୋଟି କରି ଗଣିବସ ମୋର ଦୋଷହେଲେ ଜାଣେ, ତୁମେ ଭଲପାଅ ମୋତେ ଓ ମୋ ଦୁଷ୍ଟାମୀତୁମର ସବୁ ଅଭିମାନ ସୁଦୁ........ Get link Facebook X Pinterest Email Other Apps Comments
The Ghat is waiting: ତୁଠ ଚାହିଁ ଥାଏ!! March 07, 2026 ତୁଠ ଚାହିଁ ଥାଏ !! ଗାଧୁଆ ତୁଠ ପଥର ଉପରେ ପାଦକୁ ତୁ ମାଜୁ ଯେବେ ଶାନ୍ତ ନୀଳ କଇଁ ବିରକ୍ତ ହୁଏ ରୁଣୁ ଝୁଣୁ ତୋ ପାଉଁଜି ଶବଦେ ତୁ ବୋଧେ ତାର - ପ୍ରେମିକ ଭଅଁର ତା ପାଖୁ ନେଉ ଦୂରେଇ କୁହୁକିନି ତୋ ଆମାନିଆ ଲାଜେ ସରିତ ଦେହେ ତରଙ୍ଗ ଯାଏ ଭରି ଅତି ଆଲାଯୁକି ସାଙ୍ଗ ସାଥି ମେଳେ ବିଭୋର ଯଉବନ ରଙ୍ଗେ କେତେ ବ୍ୟଙ୍ଗ କରେ ତୋ କାନ ଝୁମୁକା ହଂସ ଯୁଗଳଙ୍କ ସଙ୍ଗେ ଗୋଲାପ ଦୁଧିଆ ଦେହରେ ତୋର ହଳଦୀ ମାଖି ଯେବେ ପାଣିକୁ ଯାଉ ଫୁଲେଇ ପଳାଶର ଟାହି ଟାପରା କେମିତି ତୁ ଯେ ସହୁ ? ବୁଢ଼ା କଇଁଆ ଅନନ୍ତ ଯୁଗରୁ ପ୍ରଶାଖା ଦେଇଛି ମେଲି ଗୋଧୂଳି ଲଗ୍ନର ସେ ନୀରବ ସାକ୍ଷୀ ଗାଁ ଭୁଆସୁଣୀ ଙ୍କ ଲାଜ ରଖେ ତୁ ଓଦା ଲୁଗା ଯେବେ ତା ପଛେ ବଦଳୁ ସେ ଚଗଲା ନିମକୁ - ଦୁରେଇ ରଖେ ତୁ ଗାଧୋଇ ଫେରିବା ଉତ୍ତାରେ -ଯେବେ ସନ୍ଧ୍ୟା ଛୁଇଁ ଯାଏ ଗାଁ ଶଶୀ କିରଣରେ କଇଁ ଦିଏ ହସି ନିଷ୍ପାପ ଶିଶୁ ଓଠେ ଚୁମା ଦେଉଥାଏ ମା ଅଳଙ୍କାର ପିନ୍ଧି ସରିତ ଝଲସେ - ଖଦ୍ୟୋତ ରସୋଣୀ ଆଲୋକେ ତୁଠ ଚାହିଁଥାଏ ସିନ୍ଦୁରା ଫଟାକୁ ତୋ ଫେରା ବାଟକୁ ଆହା... ************************************** Painting Credit Artist - Tanvir Ahmed Khan Category - Painting Painting Type -Watercolour art Link: https... Read more
I am not the same: ମୁଁ ଆଉ ଆଗ ଭଳି ଲେଖୁନି March 07, 2026 ମୁଁ ଆଉ ଆଗ ଭଳି ଲେଖୁନି !! ମୁଁ ଆଉ ଆଗ ଭଳି ଲେଖୁନି ଅସଜଡା ଶବ୍ଦ ମାନେ ଅସମର୍ଥ ମୋ ଭାବାବେଗକୁ ପ୍ରକାଶ କରିବାରେ ଖୁବ୍ କୋଳାହଳ ପୂର୍ଣ୍ଣ - ମୋ ଭାବନାର ଇଲାକା ସବୁ ପ୍ରୟାସ ପରେ ବି ଭାଗଶେଷରେ ରହିଯାଏ ଏକ ଅଛିଣ୍ଡା ଅଙ୍କ ହଁ ! ତୁମେ ତ' ଥିଲ ମୋର ପ୍ରଥମ ଶ୍ରୋତା ବହୁ ଉତ୍କଣ୍ଠାର ସହ ଶୁଣ ମୋ ସାମ୍ନାରେ ବସି ମୁଁ ଦେଖିପାରେ , ଅତି ଚମତ୍କାର ଭାବେ ଜୀବନ୍ତ ହେଇ ଉଠନ୍ତି ନିରସ ନିର୍ଜୀବ କବିତା ସବୁ ତୁମରି ଝଲ୍-ମଲ୍ ଆଖିରେ କିନ୍ତୁ, ମୋତେ ଭାରି ଇର୍ଷା ଲାଗେ ତୁମେ ବୋଧେ ଭଲପାଅ ମୋ କବିତା ମାନଙ୍କୁ - ମୋ ଠାରୁ ଅଧିକ ହସିହସି ଛିଗୁଲାଅ ବିଭିନ୍ନ ଆଳରେ ମୋର ସବୁ ମିଛ ଅଭିମାନ ମିଳେଇ ଯାଏ ଏକ ସ୍ମିତହାସ୍ୟରେ ମୁଁ ଆଉ ଆଗ ଭଳି ଲେଖୁନି... ତୁମେ ଥିଲ କେଉଁଠି ନା କେଉଁଠି ମୋ ପ୍ରତ୍ୟେକ ଟି ରଚନାର କେନ୍ଦ୍ରବିନ୍ଦୁ ପ୍ରେରଣା ତୁମଠୁ ଓ ଗଢଣରେ ତୁମରି ଛାପ କଲମରୁ ଝରୁଥିଲା ମନମୁଗ୍ଧକର ଶବ୍ଦ ଝଂକାର ପ୍ଳାବିତ କରୁଥିଲା ଡାଏରୀର ପୃଷ୍ଠାଗୁଡ଼ିକୁ ହଁ ! ଅତି ନିର୍ଲଜ ଭାବେ ମୁଁ ସ୍ୱୀକାର କରେ, ତୁମେ ଥିଲ ମୋର କବିତା ଆଢ଼ୁଆଳେ ଖୁବ୍ ସନ୍ତର୍ପଣର ସହ ଏକ ଅନନ୍ୟ ଛନ୍ଦ ଅଳଂକାର ରୂପ ନେଇ ଯାହା ପାଠକଙ୍କୁ ଛୁଏଁ କାହିଁକି ନୀରବ ହୋଇଗଲ? ଏବେ ମୁଁ ବି ଚୁପ୍ ମୋ କଲମ ବି ଚୁପ୍ ଯେତେ ଆଦରେ ଡାକିଲେ ବି, ଅଝଟ ଶବ୍ଦ ମାନେ ଚାଲି ଯାଆନ୍ତି ମୁହଁ ମୋଡ଼ି ... Read more
Comments
Post a Comment