ପ୍ରତୀକ୍ଷା - Waiting
ମୋର ସଵୁ ପ୍ରତୀକ୍ଷା କଣ ତୁମଠି ସରେ?
ଆଵେଗ, ଭାଵନା, ଆକାଂକ୍ଷା ଓ ନିଃଶ୍ୱାସ
ସଭିଏଁ ଉନ୍ମାଦିତ! ସଭିଏଁ ଆତଙ୍କିତ!
ମୁଁ ତୁମକୁ ଛୁଇଁଵା ପାଇଁ କେତେ ଆତ୍ମହରା
ତୁମଠି ଧରାପଡି ଯିବାର ଭୟରେ ।
ଏ କି ଅଦ୍ଭୁତ ଶିହରଣ ପାପବୋଧର
ଥରାଇ ଦିଏ ମୋ ସର୍ବାଙ୍ଗ ଶରୀର
ଜିଇଁବାକୁ ଇଛା ହୁଏ ବାରମ୍ବାର
ତୁମକୁ ପ୍ରତୀକ୍ଷା କରିବାର ମୁହୂର୍ତ୍ତ ମାନ
ସତେ ଅଵା! ମାଦକତା ଅଛି ତୁମ ପ୍ରତୀକ୍ଷାରେ
ଆଵେଗ, ଭାଵନା, ଆକାଂକ୍ଷା ଓ ନିଃଶ୍ୱାସ
ସଭିଏଁ ଉନ୍ମାଦିତ! ସଭିଏଁ ଆତଙ୍କିତ!
ମୁଁ ତୁମକୁ ଛୁଇଁଵା ପାଇଁ କେତେ ଆତ୍ମହରା
ତୁମଠି ଧରାପଡି ଯିବାର ଭୟରେ ।
ଏ କି ଅଦ୍ଭୁତ ଶିହରଣ ପାପବୋଧର
ଥରାଇ ଦିଏ ମୋ ସର୍ବାଙ୍ଗ ଶରୀର
ଜିଇଁବାକୁ ଇଛା ହୁଏ ବାରମ୍ବାର
ତୁମକୁ ପ୍ରତୀକ୍ଷା କରିବାର ମୁହୂର୍ତ୍ତ ମାନ
ସତେ ଅଵା! ମାଦକତା ଅଛି ତୁମ ପ୍ରତୀକ୍ଷାରେ
ତୁମ ସହ ଦେଖା ହେଲେ ଚାହିଁ ପାରେନି
ତୁମ ଆଖି କୁ ସିଧାସଳଖ
ମୁଁ ଜାଣେ, ତୁମେ ଜାଣିଯିବ କ୍ଷଣକ ମଧ୍ୟରେ
ମୋ ସଯତ୍ନ ମୁଦ୍ରିତ କୁଆଁରୀ ମନରେ
କେବେଠୁ ଜନ୍ମ ନେଇ ସାରିଥିବା
ଲଜ୍ଜାଋଣ କାମନାର ବିଶାଳ ଦୃମ
ଖେଳି ଯିବ ଏକ ବକ୍ର ହସ ତୁମ ଅଧରେ
ହାୟେ! ଝାଉଁଳି ଯିବି ତୁମ ସେ ହସରେ
ମରିଯିବି ମୁଁ କୁଆଁରୀ ଲାଜରେ
ମୋର ସଵୁ ପ୍ରତୀକ୍ଷା କଣ ତୁମଠି ସରେ?
ତୁମେ ଖୁବ୍ କମ୍ କଥା କୁହ
ତେଣୁ ତୁମର ପ୍ରତିଟି ଶବ୍ଦ ପ୍ରତିଧ୍ୱନିତ ହୁଅନ୍ତି
ସୃଜନ ହୁଏ ମୃଦୁ କମ୍ପନ ମୋ ଚେତନାରେ
କେତେବେଳେ କୋଳାହଳ ପୂର୍ଣ୍ଣ
ତ, କେତେବେଳେ ଖୁବ୍ ଅର୍ଥବୋଧ ମନେ ହୁଅନ୍ତି
ହେଲେ ମୁଁ ତ, ଅଲରୀ ବଲରୀ
ଅନର୍ଗଳ ପାଗଳୀ ପ୍ରାୟାଏ ଗପିଚାଲେ ସବୁ କଥା
ତୁମେ ଧ୍ୟାନ ସହକାରେ ଶୁଣକି ନା; ମୁଁ ଜାଣେନା
ହେଲେ ଉତ୍ତରରେ ଦିଅ ଏକ ସ୍ମିତହାସ୍ୟ
ଓଃ! ସେ ହସରେ ମୁଁ ଉଛୁଳି ଉଠେ ଉଲ୍ଲାସରେ
ମୋର ସଵୁ ପ୍ରତୀକ୍ଷା କଣ ତୁମଠି ସରେ?
ନାରୀ ପୁରୁଷ ପ୍ରତି କେଉଁ ଆକର୍ଷଣରେ
ଟାଣି ହୋଇ ଯାଏ ମୁଁ ଜାଣେନା
ହେଲେ ମୁଁ ମୋ ଅଜ୍ଞାତସାରରେ
ଭିଡି ହୋଇ ଆସେ ତୁମ ପାଖକୁ
ଅଧର୍ଯ୍ୟ କରେ, ତୁମ ବାଙ୍କ-ଚାହାଣୀ
ମୁଁ ଭଲକରି ଜାଣେ, ସମାଜ ଗଢ଼ି ଥିବା
ସମ୍ପର୍କ ମାନଙ୍କ ଠାରୁ ତୁମେ ଉର୍ଦ୍ଧରେ
ହେଲେ ମୁଁ ତ ବନ୍ଦୀ, ମୋ ଜନ୍ମ ଲିଖିତ ଭାଗ୍ୟରେ
ପ୍ରେମିକ, ପତି, ପିତା, ପୁତ୍ର; ସଭିଙ୍କୁ ପାଏ ତୁମ ଭିତରେ
ହଁ! ଆସେ ତୁମ ପାଶେ ମିଛ ସଂପର୍କ ସବୁକୁ ଆଡେଇ ପାଦରେ
ମୋର ସଵୁ ପ୍ରତୀକ୍ଷା କଣ ତୁମଠି ସରେ?
ମୃତ୍ୟୁ ଠାରୁ ଶୀତଳ ତୁମ ଛୁଆଁ
ତୁଷାର-ଚନ୍ଦନ ର ଲେପ ପ୍ରାଏ
ତୁମେ ତ କେବଳ ଛୁଅଁ ନାହିଁ
ମୋ ରକ୍ତ-ମାଂସ-ଅସ୍ଥି ରେ ଗଢା ଅନାବୃତ ଶରୀର
ଛୁଇଁ ଯାଅ ମୋ ଅଭିଶପ୍ତ ଏକଲାପଣ କୁ
ତୁନି କରିଯାଅ ମୋ ଅଜର ଆତ୍ମା ର ବିଳାପ
ହଠାତ୍ ଯୋରରେ ଭିଡିଧରେ ତୁମ ବାହୁ
ଆଖି ମୁଦି ଆଉଜି ଆସେ ତୁମ ଛାତିକୁ; ଅତି ନିର୍ଲଜ ଭାବେ
ଇଛା! ଏମିତିଭିଡି ଧରି ଥିବି ତୁମକୁ ଅନନ୍ତ କାଳ ଯାଏ
ମୋର ସଵୁ ପ୍ରତୀକ୍ଷା କଣ ତୁମଠି ସରେ?
Painting Credit
Artist - Manoj Aher
Category - Painting
Painting Type - acrylic
Subject - Figurative
Surface - Canvas
Link: https://www.artzolo.com/painting/waiting-3
**************************************

Comments
Post a Comment