|| ଛାଇ ||: Shadow ଦେଖୁଛି ମୁଁ କାନ୍ଥରେ ଛାଇ ନାଚିଵାର ଆଜି କିଆଁ ଏତେ କୋଳାହୋଳ ଭରା ଘର? ବହୁଦିନ ପରେ କିଏ ନାଚୁଛି ଓଡିଶୀ ବସନ୍ତର ଛୁଆଁ ମନେ ପୁଲକ ଭରୁଛି ଧୁଡୁଧୁଡୁ ଚମତଳେ ଉତ୍ତାପ ଯେ କିଆଁ? ପଳାଶ ରଙ୍ଗରେ ଝଟକେ ଦୁନିଆଁ ହୁଇଲ୍ ଚେୟାର୍ ରୁ ଉଠି ମୁହିଁ ଘୁଙ୍ଗୁର ଵାନ୍ଧିବି ପଳାଶ ତୋଳି ଆଣିଣ ଆଞ୍ଜୁଳି ଭରିଵି ଵୟସକୁ ଫାଙ୍କିଦେଵ ପ୍ରବଳ ଇଛାଶକ୍ତି ମୋର ଦେଖୁଛି ମୁଁ କାନ୍ଥରେ ଛାଇ ନାଚିଵାର ●●●●
Posts
Showing posts from March, 2018