Posts

Showing posts from June, 2021

ସାବିତ୍ରୀ - Drowsy Eyes

Image
  ସାବିତ୍ରୀ ସାବିତ୍ରୀ...... ତୁମ ଅଳସ ଆଖିରେ ମୋତେ ନେଇ ସ୍ୱପ୍ନ ସବୁ ସତଲାଗେ ଜିଇଁ ଯିବି ସାତ ଜନ୍ମ ତୁମ ସେ ..... ପଲକ ଧାରେ....... ସାବିତ୍ରୀ ସାବିତ୍ରୀ ତୁମ ଅଳସ ଆଖିରେ..........  ସିନ୍ଥିରେ ତୁମ ଦେଇଥିଲି ସିନ୍ଦୂର ଗାରେ  ବାନ୍ଧି ଥିଲ ମୋତେ ତୁମ ପଣତରେ ସେନେହ ଡୋରେ ସେ ବନ୍ଧନ ତୁମ ପ୍ରେମ ମହକେ ....... ମୋ ଜୀବନରେ...... ସାବିତ୍ରୀ ସାବିତ୍ରୀ ତୁମ ଅଳସ ଆଖିରେ.......... କବରୀରେ ତୁମ ଗଜରା-ହାର ଅଝଟ କରେ ବିଞ୍ଚି ଦେଲ ତୁମେ ମୁକ୍ତାର ହସ ମୋ ମନ ଅଗଣାରେ ତୁମ ପ୍ରୀତି ଜହ୍ନ ରାତି ଝରେ......... ମୋ ସ୍ୱପ୍ନରେ..... ସାବିତ୍ରୀ ସାବିତ୍ରୀ ତୁମ ଅଳସ ଆଖିରେ...….... ************************************** Painting Credit Artist - SESHADRI SREENIVASAN Category - Painting Painting Type - Minor Watercolour painting Link:  https://www.fanartreview.com/displaystory.jsp?id=550829 **************************************