|| ସକାଳ ଵର୍ଷା || - The Morning Rain

ଆଜି ସକାଳ ଵର୍ଷା ଧୋଇଛି 
ଆମ ସଂପର୍କର ଧଳା ସାର୍ଟରୁ ଅଵିଶ୍ଵାସର ନୀଳ ଛିଟା
କାଲି ରାତିରୁ ଉଠୁଥିଵା ଅଵସମ୍ଭାବି ଝଡ 
ଏଵେ ଶାନ୍ତ, ନାହିଁ ତା ରକ୍ତରେ ଆଉ ଉତ୍ତେଜନା
ଦେଖୁନ, ଆକାଶଟା ଭାରି ନିର୍ମଳ
ନାହିଁ ତାର ପୃଥିବୀ ସହ ମିଶିଵାର ଅବଶୋଷ
ବୋଧେ ସେ ଜାଣି ଯାଇଛି 
ପ୍ରତି ଵର୍ଷା ଵିନ୍ଦୁ ମାଟିକୁ ଚୁମିଲା ଵେଳେ
ସେ ଛୁଏଁ ମାଟିକୁ ସନ୍ତର୍ପଣରେ, 
ଜଳି ଯାଏ କାମନାର ଶୀତଳ ସ୍ପର୍ଶରେ
ଏତେ ପାଖରେ, ଏତେ ନିକଟରେ
ପାଏ ପୃଥିବୀକୁ, ହଁ ତାର ଅବୁଝା ପ୍ରେମିକା - - -(1)

ଵର୍ଷା ଛିଟାରେ ସବୁ ଓଦା ଓଦା
ମନରେ ସାଇତା ତୁମ ସ୍ମୃତି ବି ଆଦ୍ର
ମୋ ଦେହକୁ ଜାଳିଦେଇ ଯାଉଥିବା
ଆଦ୍ର ଶୀତଳ ପବନରେ
ଅନୁଭବ କରିପାରେ ତୁମ ଦେହର ଉଷୁମ ଛୁଆଁ
ମନେ ଅଛି ତୁମର! କେତେ ବର୍ଷା ରାତି କାଟିଛେ, 
ଆମେ ଦୁହେଁ ମୋ ରୁମରେ
ସେକିଛେ ଦେହ, ଜାଳି ପଵିତ୍ର କାମନା ନିଆଁ
ଲିଭିନି ତୁମେ ଦେଇଥିବା ମିଠା ଦାଗ ମାନ
ଦୁହେଁ ଦୁହିଁଙ୍କ ଦୋଷୀ, 
ହେଲେ କାରାଵାସ କାହିଁକି ମୋ ଭାଗରେ? 
ମୁକୁଳିଗଲ ତୁମେ, ଏତେ ସହଜରେ 
ପ୍ରଣୟ-ପ୍ରତାରଣା, ବିଶ୍ୱାସ-ଅଵିଶ୍ଵାସ ର ଦିଲୀଲ୍ ଦେଇ
ବନିଗଲ ନିରୀହ, ସାଜିଗଲି ମୁଁ ବେଇମାନ୍, ନିଷ୍ଠୁର - - -(2) 

ତୁମେ ନିଶ୍ଚୟ, ଠିଆ ହୋଇଥିବ ବାଲକୋନୀରେ
ଭିଜିଥିବ କାଳବୈଶାଖୀ ବର୍ଷାରେ 
ବାହାରକୁ ହାତ ବଢ଼େଇ ଆଞ୍ଜୁଳୀରେ ଭରିଥିବ
ବୁନ୍ଦା ବୁନ୍ଦା ବର୍ଷା; ଏ ତ ତୁମ ଅଭ୍ୟାସ୍, 
ବଦଳିଛ ତୁମେ, କିନ୍ତୁ ବଦଳି ପାରେନା 
ତୁମ ଅଭ୍ୟାସ୍ ଏତେ ସହଜରେ! 
ବର୍ଷାରେ ଭିଜିଛି ତୁମ ଅଭିମାନୀ ମନ
ସତ ବାରଣ ସତ୍ତ୍ୱେ, ଗ୍ଳାନିର ଅଗ୍ନି ରେ
ତରଳିଛି ତୁମ ଅଭିମାନର ତୁଷାରଗରି
ମେସେଜ୍ ଦେଇଛ ତୁମେ WhatsApp ରେ
ଡାକିଛ ଧଉଳିଗିରି, 
ଯେଉଁଠି ଦିନେ ତୁମକୁ ହାତପାତି ମାଗିଥିଲି ତୁମକୁ
ସାତ ଜନ୍ମର ସାଥୀ ହେବା ପାଇଁ, 
ତୁମ କୋଳରେ ମୁଣ୍ଡ ରଖି ଦେଖି ଥିଲି 
ଅନେକ ସୁନେଲି ସ୍ୱପ୍ନ, ମୁଁ ଅବୁଝା ହଲେ
ମନେଇଛ ତୁମେ କେତେ ରାଣ ଦେଇ, ମନେ ଅଛି ସବୁ! 
ହଁ! ପ୍ରମରେ ତ ଆସେ ଏମିତି ଜୁଆର ଭଟ୍ଟା
ଆଜି ସକାଳ ଵର୍ଷା ଧୋଇଛି 
ଆମ ସଂପର୍କର ଧଳା ସାର୍ଟରୁ ଅଵିଶ୍ଵାସର ନୀଳ ଛିଟା - - -(3) 

Comments

Popular posts from this blog

The Ghat is waiting: ତୁଠ ଚାହିଁ ଥାଏ!!

I am not the same: ମୁଁ ଆଉ ଆଗ ଭଳି ଲେଖୁନି