ମଜାକ୍ - Witticism
କେତେ ସହଜରେ କହିହୁଏ
ମୁଁ ଯାହା କହିଲି, ସବୁ ମଜାକ୍ ଥିଲା
ଖୁବ୍ ଛୋଟ ସ୍ମିତହାସ୍ୟର ଆଢ଼ୁଆଳେ
ହେଲେ ଗୁଡ୍ ନାଇଟ୍ କହି ଫୋନ୍ କାଟିଲା ପରେ
ମୁଁ ଶୋଇ ପାରେନି, କରି ଶତଚେଷ୍ଟା
ତୁ କହିଥିବା ପ୍ରତ୍ୟେକଟି ଶବ୍ଦ
କଳଙ୍କଠୁ ଅଧିକ ଭାରି ଲାଗନ୍ତି
ମୋ ନିଃଶ୍ବାସର ଗତିରେ ଆସେ ଶିଥୀଳତା
ଯେମିତି ଅଟକି ଯିବେ ମୃତ୍ୟୁର ପ୍ଲାଟଫର୍ମରେ
ଲୁଚି ଲୁଚି, ମୋତେ ନଜଣାଇ
ଘଣ୍ଟା-ଘଣ୍ଟା ପଡି ରୁହେ ବେଡ଼ରେ ଶବପ୍ରାୟେ
ଛାତରେ ଝୁଲୁଝିବା ପଂଖାକୁ ଅନାଇ
କେତେ ସହଜରେ.....
ମୁଁ ଯାହା କହିଲି, ସବୁ ମଜାକ୍ ଥିଲା
ଖୁବ୍ ଛୋଟ ସ୍ମିତହାସ୍ୟର ଆଢ଼ୁଆଳେ
ହେଲେ ଗୁଡ୍ ନାଇଟ୍ କହି ଫୋନ୍ କାଟିଲା ପରେ
ମୁଁ ଶୋଇ ପାରେନି, କରି ଶତଚେଷ୍ଟା
ତୁ କହିଥିବା ପ୍ରତ୍ୟେକଟି ଶବ୍ଦ
କଳଙ୍କଠୁ ଅଧିକ ଭାରି ଲାଗନ୍ତି
ମୋ ନିଃଶ୍ବାସର ଗତିରେ ଆସେ ଶିଥୀଳତା
ଯେମିତି ଅଟକି ଯିବେ ମୃତ୍ୟୁର ପ୍ଲାଟଫର୍ମରେ
ଲୁଚି ଲୁଚି, ମୋତେ ନଜଣାଇ
ଘଣ୍ଟା-ଘଣ୍ଟା ପଡି ରୁହେ ବେଡ଼ରେ ଶବପ୍ରାୟେ
ଛାତରେ ଝୁଲୁଝିବା ପଂଖାକୁ ଅନାଇ
କେତେ ସହଜରେ.....
ଆଶ୍ଚର୍ଯ୍ୟ ! ତୁ କେମିତି ଶୋଇଯାଉ
ଆଚିନ୍ତା ନିଦରେ, ସକାଳ 9.30 କ୍ଲାସର
ବାହାନା ଦେଇ, ଏକ ଶକ୍ତ ଧକ୍କାରେ
ଠେଲିଦେଉ ମୋତେ; ତୋ ଚିନ୍ତା, ଚେତନା
ଏବଂ ସ୍ୱପ୍ନର ପରିସୀମା ବାହାରକୁ
ତୋ-ମୋ ଭିତରେ ଦୂରତା କେବଳ ୧୫୧୭ କି.ମି.
ହେଲେ, ତୋ ଶବ୍ଦ ମାନେ ଫିଙ୍ଗି ଦେଇ ଆସନ୍ତି
ତୋଠୁ ଅସଂଖ୍ୟ ଆଲୋକ-ବର୍ଷ ଦୂରରେ
ଯେଉଁଠି କେବଳ ପୂରି ରହିଥାଏ ଶୂନ୍ୟସ୍ଥାନ
ମୁଁ ମୋ ଅସ୍ଥିତ୍ୱ ହରାଇ ଘୂରିବୁଲେ
ଯେମିତି ଘୂରିବୁଲନ୍ତି ଉତପ୍ତ ନକ୍ଷତ୍ର
ଉଲ୍କା ହୋଇ ଝରି ପଡିବା ଅପେକ୍ଷାରେ
କେତେ ସହଜରେ ......
ଆଚିନ୍ତା ନିଦରେ, ସକାଳ 9.30 କ୍ଲାସର
ବାହାନା ଦେଇ, ଏକ ଶକ୍ତ ଧକ୍କାରେ
ଠେଲିଦେଉ ମୋତେ; ତୋ ଚିନ୍ତା, ଚେତନା
ଏବଂ ସ୍ୱପ୍ନର ପରିସୀମା ବାହାରକୁ
ତୋ-ମୋ ଭିତରେ ଦୂରତା କେବଳ ୧୫୧୭ କି.ମି.
ହେଲେ, ତୋ ଶବ୍ଦ ମାନେ ଫିଙ୍ଗି ଦେଇ ଆସନ୍ତି
ତୋଠୁ ଅସଂଖ୍ୟ ଆଲୋକ-ବର୍ଷ ଦୂରରେ
ଯେଉଁଠି କେବଳ ପୂରି ରହିଥାଏ ଶୂନ୍ୟସ୍ଥାନ
ମୁଁ ମୋ ଅସ୍ଥିତ୍ୱ ହରାଇ ଘୂରିବୁଲେ
ଯେମିତି ଘୂରିବୁଲନ୍ତି ଉତପ୍ତ ନକ୍ଷତ୍ର
ଉଲ୍କା ହୋଇ ଝରି ପଡିବା ଅପେକ୍ଷାରେ
କେତେ ସହଜରେ ......
ସକାଳୁ ଲୁହଭିଜା ଆଖିରେ
ହାଲକା ଜମାଟ ବାନ୍ଧିଥିବା ନିଦ,
ଭାଙ୍ଗେ ତୋ ଗୁଡ୍-ମର୍ଣିଂଗ୍ ଫୋନ୍ କଲ୍
ଢାଳୁୁ ଅଯାଚିତ ଭଲପାଇବା
ଦରକାରଠୁ ଅଧିକ ମଧୁଭିଜା ଚୁମ୍ବନ ବର୍ଷା
ଡାୟାବେଟିସ୍ ରେ ଆକ୍ରାନ୍ତ ହେଲାଭଲି
ମିଶ୍ରି ପରି ସ୍ନେହଭରା କଥା
ତୋ ଟୋନ୍ ରେ ଥାଏ, ସମ୍ମୋହନ କଲାପରି
ଏକ ଭିନ୍ନ ରୋମାଣ୍ଟିକନେସ୍
କାଲି ରାତିଠୁ ସମ୍ପୂର୍ଣ୍ଣ ଭାବେ
ଅକଳ୍ପନୀୟ ପରିବର୍ତ୍ତନ ତୋ ବ୍ୟବହାରରେ
ଭାବେ, ତୁ ସେଇ ନା, କେଉଁ ବହୁରୂପୀ ?
କେତେ ସହଜରେ .......
ହାଲକା ଜମାଟ ବାନ୍ଧିଥିବା ନିଦ,
ଭାଙ୍ଗେ ତୋ ଗୁଡ୍-ମର୍ଣିଂଗ୍ ଫୋନ୍ କଲ୍
ଢାଳୁୁ ଅଯାଚିତ ଭଲପାଇବା
ଦରକାରଠୁ ଅଧିକ ମଧୁଭିଜା ଚୁମ୍ବନ ବର୍ଷା
ଡାୟାବେଟିସ୍ ରେ ଆକ୍ରାନ୍ତ ହେଲାଭଲି
ମିଶ୍ରି ପରି ସ୍ନେହଭରା କଥା
ତୋ ଟୋନ୍ ରେ ଥାଏ, ସମ୍ମୋହନ କଲାପରି
ଏକ ଭିନ୍ନ ରୋମାଣ୍ଟିକନେସ୍
କାଲି ରାତିଠୁ ସମ୍ପୂର୍ଣ୍ଣ ଭାବେ
ଅକଳ୍ପନୀୟ ପରିବର୍ତ୍ତନ ତୋ ବ୍ୟବହାରରେ
ଭାବେ, ତୁ ସେଇ ନା, କେଉଁ ବହୁରୂପୀ ?
କେତେ ସହଜରେ .......
ବିଶ୍ୱାସ କରିପାରେନା
ତୋତେ, ତୋ ଭଲପାଇବାକୁ
ଲାଗେ, ଦେଖୁଛି ମୁଁ ଦିବାସ୍ୱପ୍ନ
ଯାହା ନିଶ୍ଚୟ ଭାଙ୍ଗିବ ଯେକୌଣସି ମୁହୂର୍ତ୍ତରେ
ସେଇଠି ବିଫଳ ହୁଏ ମୋର ସମସ୍ତ ଚେଷ୍ଟା
ତୋତେ ଗୋଟାପଣେ ଚିହ୍ନିବାର
ମୁଁ ଜାଣେ, ପୁଣି ଫିଙ୍ଗି ଦେବୁ ତୁ, ଦୂରକୁ
ଦରକାର ପୂରଣ କରି,
ହଁ ! ରକ୍ତସ୍ନାତ ହେବି କାଲି ରାତି ପରି
କିନ୍ତୁ, ମୁଁ ଦୋହରାଏ, ସେଇ ପୁରୁଣା ଭୁଲ୍ କୁ
ପୁଣିଥରେ ଭଲପାଏ ତୋତେ
ବିନା ଦ୍ୱିଧାରେ, ମୋର ସର୍ବସ୍ବ ଲୁଟାଇ
କେତେ ସହଜରେ........
ତୋତେ, ତୋ ଭଲପାଇବାକୁ
ଲାଗେ, ଦେଖୁଛି ମୁଁ ଦିବାସ୍ୱପ୍ନ
ଯାହା ନିଶ୍ଚୟ ଭାଙ୍ଗିବ ଯେକୌଣସି ମୁହୂର୍ତ୍ତରେ
ସେଇଠି ବିଫଳ ହୁଏ ମୋର ସମସ୍ତ ଚେଷ୍ଟା
ତୋତେ ଗୋଟାପଣେ ଚିହ୍ନିବାର
ମୁଁ ଜାଣେ, ପୁଣି ଫିଙ୍ଗି ଦେବୁ ତୁ, ଦୂରକୁ
ଦରକାର ପୂରଣ କରି,
ହଁ ! ରକ୍ତସ୍ନାତ ହେବି କାଲି ରାତି ପରି
କିନ୍ତୁ, ମୁଁ ଦୋହରାଏ, ସେଇ ପୁରୁଣା ଭୁଲ୍ କୁ
ପୁଣିଥରେ ଭଲପାଏ ତୋତେ
ବିନା ଦ୍ୱିଧାରେ, ମୋର ସର୍ବସ୍ବ ଲୁଟାଇ
କେତେ ସହଜରେ........
**************************************
Painting Credit
Artist - Heather Morgan
Category - Painting
Painting Type - ink on paper
**************************************

Comments
Post a Comment